ଚାର୍ଟର୍ଡ ଫ୍ଲାଇଟରେ ପ୍ରବାସୀଙ୍କୁ ଘରେ ପହଞ୍ଚାଉଛନ୍ତି ସୋନୁ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପ୍ରାୟ ମାସେ ହେଲା ବସ ଏବଂ ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କୁ ଘରେ ପହଞ୍ଚାଇବାରେ ସହାୟତା କରୁଛନ୍ତି ବଲିଉଡ କଳାକାର ସୋନୁ ସୁଦ। ବସ ଏବଂ ଟ୍ରେନ ପରେ ସୋନୁ ବର୍ତ୍ତମାନ ଚାଟାର୍ଡ ଫ୍ଲାଇଟ ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ଲାଗିଛନ୍ତି। ନିକଟରେ ସୋନୁ ଚାର୍ଟର୍ଡ ଫ୍ଲାଇଟ ଦ୍ୱାରା ୧୭୦ ପ୍ରବାସୀ ଶ୍ରମିକଙ୍କ ପାଇଁ ମୁମ୍ବାଇରୁ ଡେରାଡୁନରେ ପହଞ୍ôଚବା ବ୍ୟବସ୍ଥା କରିଛନ୍ତି। ଏୟାର ଏସିଆର ପ୍ରବକ୍ତାଙ୍କ କହିବାନୁସାରେ ଶୁକ୍ରବାର ଏୟାର ଏସିଆର ଫ୍ଲାଇଟ ଏ-୩୨୦ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବାହାରି ଡେରାଡୁନର ଜଲି ଗ୍ରାଣ୍ଟ ବିମାନ ବନ୍ଦରରେ ପହଞ୍ôଚଥିଲା। ଏଭଳି ଆଉ କିଛି ଚାର୍ଟର୍ଡ ଫ୍ଲାଇଟରେ ଶ୍ରମିକଙ୍କୁ ଘରେ ପହଞ୍ଚାଯିବା ପ୍ରୟାସ ଜାରି ରହିବ। ଏୟାର ଏସିଆ ଏହି ଫ୍ଲାଇଟଗୁଡ଼ିକର ନାଁ ରଖିଛି – ‘ଉମ୍ମିଦ କି ଉଡ଼ାନ’। ସୋନୁ ସୁଦ ନିଜେ ଏସବୁ ବ୍ୟବସ୍ଥା ଦେଖାଶୁଣା କରୁଛନ୍ତି। ଏଥିପାଇଁ ସେ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ଉପସ୍ଥିତ ରହୁଛନ୍ତି ବୋଲି କହିଛନ୍ତି ଜଣେ ସେଲେବ ଫଟୋଗ୍ରାଫର।