ଶ୍ୱଶୂରର ଗଳାକାଟି ହତ୍ୟା କଲା ଜ୍ୱାଇଁ

ବାରିପଦା,ଏଜେନ୍ସି: ଅଜା ଆସିଥିଲେ ନାତିର ପଢୁଆଁ କରିବା ପାଇଁ, ହେଲେ ଜ୍ୱାଇଁ ସହ ବିବାଦ ହେଲା। ଏଇ ବିବାଦ ଏତେ ଭୟଙ୍କର ରୂପ ନେଲା ଯେ ଶେଷରେ ଶ୍ୱଶୂରଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲା ଜ୍ୱାଇଁ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ଖିରିପଦା ଗାଁର ରମେଶ ସିଂ ତାଙ୍କ ୫ ବର୍ଷର ନାତିକୁ ପଢୁଆଁ କରିବା ପାଇଁ ଖୁଣ୍ଟାପୁର ଗାଁକୁ ଯାଇଥିଲେ। ତେବେ ପୂର୍ବରୁ ଜ୍ୱାଇଁ ସହ ବିବାଦ ହୋଇଥିଲା। ଝିଅ ଘରେ ରହୁଥିବା ଯୋଗୁଁ ଶ୍ୱଶୂର ଏବଂ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ଏହି ରାଗରେ ଜ୍ୱାଇଁ ରାଗରେ ଜର୍ଜରିତ ହୋଇ ଶ୍ୱଶୂର ରମେଶଙ୍କ ଗୋଡ ହାତକୁ ବାନ୍ଧି ଦେଇଥିଲେ। ପରେ ବେକକୁ ଦାରେ କାଟି ହତ୍ୟା କରିଥିଲା ସୈତାନ ଜ୍ୱାଇଁ। ଅତ୍ୟନ୍ତ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ଶ୍ୱଶୂରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତ ଜ୍ୱାଇଁ ରାଜୁ ସିଂ ଏବଂ ତା ଭାଇ ଲବ ସିଂ ଘରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଛି।