ପଶ୍ଚିମବଙ୍ଗ ପିସିସି ସଭାପତି ସୋମେନ ମିତ୍ରଙ୍କ ପରଲୋକ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଚଳିତ ମାସରେ ହୃଦ ଓ ଯକୃତ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବୁଧବାର ରାତି ୧.୩୦ ରେ ତାଙ୍କର ପୁଣି ହୃଦଘାତ ହୋଇଥିଲା। ପ୍ରକାଶ ଯେ, ସୋମେନ ମିତ୍ର ୧୯୭୨ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ସିଆଲଦା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଥିଲେ। କ୍ରମାଗତ ୭ ଥର ବିଧାୟକ ହୋଇଥିବା ସୋମେନ ୨୦୦୮ରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଓ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ।