ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇ ସାମାଜିକ ଦୁରତା ରକ୍ଷା କରିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। ତେବେ ଝାରସୁଗୁଡା ଜିଲ୍ଲାରେ ଏମିତି ବି ଗରିବ ଅସହାୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ମାସ୍କ କିଣିବା ପାଇଁ ଅସମର୍ଥ । ଏହି ଅସହାୟ ଗରିବମାନଙ୍କୁ ସମାଜସେବୀ ସଞ୍ଜୁଳତା ନାଏକ ମାଗଣାରେ ମାସ୍କ ଯୋଗାଉଛନ୍ତି। ମହାମାରୀ କରୋନାର କବଳରୁ ଏହି ଅସହାୟଙ୍କୁ ରକ୍ଷା କରିବା ପାଇଁ ସେ ବୃଦ୍ଧାଶ୍ରମ, ଦିବ୍ୟାଙ୍ଗ ଆସ୍ରମ, ସଫେଇ କର୍ମଚାରୀ, ଗରିବ ତଥା ଅସହାୟ ଲୋକଙ୍କୁ ବର୍ତମାନ ପର୍ଯ୍ୟନ୍ତ ୮ ହଜାର ମାସ୍କ ଯୋଗାଇ ସାରିଛନ୍ତି । ଏହି କାର୍ଯ୍ୟରେ ବାସନ୍ତି ପଣ୍ଡା, ସିଷ୍ଟ ସଂଧ୍ୟା, ଦକ୍ଷଶିଳା ନାଏକ, ମଞ୍ଜୁଳତା ନାଏକ, ନୟନା ପଟେଲ ପ୍ରମୁଖଙ୍କ ସହ ସ୍ୱର୍ଣ୍ଣ ଦେବୀ ନାରୀ କଲ୍ୟାଣ ପରିଷଦ ଓ ଗୋଣ୍ଡୱାନା ଆଦିବାସୀ ଶିକ୍ଷା ଡଭଲପମେଂଟ ପକ୍ଷରୁ ତାଙ୍କୁ ସହଯୋଗ କରାଯାଇଛି ।