ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅଞ୍ଚଳର ସମାଜସେବୀ ତଥା ପରିବେଶ ପ୍ରମୀ ଲୋକନାଥ ପ୍ରଧାନଙ୍କ ମହନୀୟତା। ନିଜସ୍ବ ଉଦ୍ୟମରେ ରିଆମାଳ ହାଇସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଶତାଧିକ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାତ୍ରଙ୍କ ଉଦଘାଟନ କରିଥିବା ବେଳେ ସମାଜସେବୀ ଲୋକନାଥଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଶିକ୍ଷକ ସର୍ବବିଦ୍ୟ ଶକ୍ତିମୟ ପ୍ରଧାନ, ଅତିଥି ଶିକ୍ଷକ ଠଣସୁନ୍ଦର ସାହୁ, ବରିଷ୍ଠ କିରାଣି ଗୌରହରି ସାହୁ, ମୋ ସ୍କୁଲ ଅଭିଯାନର ସଭାପତି ଯଦୁମଣି ସାହୁ ସମେତ ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ।
ପ୍ରକାଶଥାଉ କି ଲୋକନାଥ ପୂର୍ବରୁ ଅନେକ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ମେଡିକାଲ ତଥା ଅନ୍ୟାନ୍ୟ ଅଞ୍ଚଳରେ ବହୁ ବୃକ୍ଷରୋପଣ କରି ଉଦାହରଣ ସାଜିଛନ୍ତି। ଏଥିପାଇଁ ସେ ଖର୍ଚ୍ଚକୁ କେବେ ଖାତିର କରି ନାହାନ୍ତି। ପରିବେଶକୁ ସୁନ୍ଦର ଓ ସମାଜକୁ ସୁନ୍ଦର ସ୍ବାସ୍ଥ୍ୟ ନିର୍ମାଣ ପାଇଁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ।ଏଥିପାଇଁ ସମସ୍ତେ ଅଗେଇ ଆସିବାକୁ ସେ କହିଛନ୍ତି। ଲୋକନାଥଙ୍କ ଏଭଳି କାର୍ଯ୍ୟକୁ ଦେବଗଡ ଜିଲ୍ଲାବାସୀ ତାଙ୍କୁ ପ୍ରଶଂସା କରୁଛନ୍ତି। ଲୋକନାଥଙ୍କ ଘର ବ୍ଲକର ନାଉଲିପଡା ପଞ୍ଚାୟତ ଅନ୍ତର୍ଗତ ଭିତରପଦ ଗ୍ରାମରେ।