ସର୍ପାଘାତରେ ଗଲା ମା ଓ ପୁଅର ଜୀବନ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କଞ୍ଜାମମେଣ୍ଡି ପଞ୍ଚାୟତ ଟପାର ଗାଁ ରେ ସାପ କାମୁଡ଼ାରେ ପୁଅ ଓ ମା’ଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୮ ବର୍ଷର ପୁଅ ଆଦିତ୍ୟ ପ୍ରଧାନର ମୃତ୍ୟୁ ଘଟିଥିଲା ବେଳେ କେ.ନୂଆଗାଁ ମେଡିକାଲ ରେ ହୋଇଥିବା ବେଳେ ମା’ ରାଜଲକ୍ଷ୍ମୀ ମଲିକ ୩୨ ଙ୍କୁ ଗୁରୁତର ଅବସ୍ଥାରେ କ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିବାବେଳେ ଅଧା ରାସ୍ତା ରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୧୨ ଟା ସମୟରେ ଘରେ ଶୋଇଥିବା ବେଳେ ଏକ ବିଷ ଧର ସାପ ଉଭୟ ପୁଅ ଏବଂ ମା’କୁ କାମୁଡ଼ି ଦେଇଥିଲା। ରାତି ହୋଇଥିବା ଯୋଗୁଁ ମେଡିକାଲ ଆଣିନ ପାରି ସ୍ଵାମୀ ଜୟକୃଷ୍ଣ ପ୍ରଧାନ ଘରେ ହିଁ ଉଭୟ ଙ୍କୁ ରଖିଥିଲେ। ମଂଗଳବାର ସକାଳ ପ୍ରାୟ ୪ ଟା ସମୟରେ କ.ନୂଆଗାଁ ମେଡିକାଲ ରେ ଭର୍ତି କରିଥିଲେ। ସୂଚନାଯୋଗ୍ୟ, ଗତକାଲି ସାପ କାମୁଡାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା।