ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେସନ ଆଜିଠୁ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଥିବା ବଜେଟ ଅଧିବେସନରେ ଶାସକ ଓ ବିରୋଧୀ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ।
ଉକ୍ତ ଭିଡିଓରେ ମୁଲାୟମ ସିଂହ ଯାଦବ ସଂସଦର ଶିଢ଼ିରୁ ଓହ୍ଲାଉଥିବା ବେଳେ ସ୍ମୃତି ଇରାନୀ ତାଙ୍କ ପାଖକୁ ଯାଇ ପାଦ ଛୁଇଁ ପ୍ରଣାମ କରିଥିଲେ । ମୁଲାୟମ ସିଂହ ମଧ୍ୟ ସ୍ମୃତି ଇରାନୀଙ୍କ ମୁଣ୍ଡରେ ହାଥ ରଖି ଆଶୀର୍ବାଦ ଦେଇଥିଲେ । ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।