ଟ୍ରକ-ବସ ମୁହାଁମୁହିଁ ଧକ୍କା: ୬ ମୃତ, ୧୦ ଗୁରୁତର

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ଔରଙ୍ଗାବାଦ ଲାତୁର ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାଟି ଆଜି ସକାଳ ୮ଟା ୩୦ରେ ଅମ୍ବାଜୋଗାଇ-ଲାତୁର ରାସ୍ତାର ବରଦାପୁର ନିକଟରେ ଘଟିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୁରୁତରଙ୍କୁ କ୍ରେନ୍ ସାହାଯ୍ୟରେ ଗାଡିରୁ ବାହାର କରିବାକୁ ପଡ଼ିଥିଲା। ଗୁରୁତରମାନେ ଅମ୍ବାଜୋଗାଇର ସ୍ବରାଟୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପଟେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ।