ମା’ ଆଖି ଆଗରେ ଭାସିଗଲା ପୁଅ, ଖୋଜାଖୋଜି ଜାରି

ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମ ପାୱାର ଚ୍ୟାନେଲ ପାଣିରେ ବୁଡି ନାବାଳକ ନିଖୋଜ। ମାଆ ସହ ଗାଧୋଇବାକୁ ଯାଇଥିବା ବେଳେ ଜଣେ ୮ ବର୍ଷୀୟ ନାବାଳକ ଭାସି ଯାଇଛି। ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ପାୱାର ଚେନାଲ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ନିଖୋଜ ପିଲାଟି ଓ୍ବାନ ଆର କଲୋନୀର ରାଜେଶ ପଞ୍ଜବିହାରଙ୍କ ପୁଅ ରୋନକ ପଞ୍ଚବିହାର ବୋଲି ଜଣାପଡିଛି।

ଆଜି ରୋନକ ନିଜ ମାଆ ସହ ୱାନ ଆର୍ କଲୋନୀସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଇବାକୁ ଯାଇଥିଲା। ହେଲେ ଅସାବଧାନତା ହେତୁ ସେ ପାଣିରେ ଭାସି ଯାଇଥିଲା। ଏନେଇ ଖବର ପାଇବା ପରେ ବୁର୍ଲା ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହ ମିଶି ଖୋଜାଖୋଜି ଜାରି ରଖିଛି।