ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଡିଭିଜନ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ବିଭିନ୍ନ ଦାବିରେ ସମସ୍ତ ରେଂଜ ଓ ଡିଭିଜନ ଅଫିସ ସମ୍ମୁଖରେ ସୋମବାର ଧାରଣା ଦେଇଛନ୍ତି। କେନ୍ଦୁ ପତ୍ର ତୋଳାଲିି, ବନେ୍ଧଇ ଶ୍ରମିକ, ସିଜନାଲ ଶ୍ରମିକମାନଙ୍କ ଦରମା ବୃଦ୍ଧି, ବିକ୍ରି ନିତିରେ ସଂଶୋଧନ, ଜିଏସଟି ପ୍ରତ୍ୟାହାର କରିବା, କେନ୍ଦୁ ପତ୍ର ଫେଡି ଉଚ୍ଛେଦକୁ ପ୍ରତ୍ୟାହାର, ତୋଲାଳି, ବନେ୍ଧଇ ଶ୍ରମିକ, ଓ ସିଜନାଲ କର୍ମଚାରୀମାନଙ୍କୁ ପୂର୍ବବତ ସାମଜିକ ସୁରକ୍ଷା ଲାଗୁ, େଓଲ ଫେଆର ଟ୍ରଷ୍ଟ କୁ ବନ୍ଦ ନକରିବା ଓ ତୋଳାଳୀମାନଙ୍କ ପାଇଁ ୨ହଜାର କେରୀ ବଦଳରେ ୧ ହଜାର କେରୀ ସଂଗ୍ରହ ମାନଦଣ୍ଡ ରଖିବା ଆଦି ଓଡିଶା କନ୍ଦୁପତ୍ର ତୋଳାଳି ସଙ୍ଘ ଝାରସୁଗଡା ଡିଭିଜନ ପକ୍ଷରୁ କରାଯାଇଛି।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ମଙ୍ଗଳବାର ମଧ୍ୟ ସମସ୍ତ ରେଂଜ ଅଫିସ ଓ ଡିଭିଜନ ଅଫିସ ସମ୍ମୁଖରେ କରାଯିବାସହ ଆସନ୍ତା ୧୧ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନନ୍ଦେଳନ କରାଯିବ। ତେବେ ସରକାର କେନ୍ଦୁ ପତ୍ର କର୍ମଚାରୀ ସଙ୍ଘର ଦାବି ପୂରଣ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଡିଭିଜନ ସମ୍ପାଦକ ଦିନବନ୍ଧୁ ବେହେରା, ଅଶୋକ କୁମାର ମାଝୀ, ଭିଖାରୀ ଚରଣ ପରିଡା, ଗିରଧାରୀ ଭୋଇ, ଆନନ୍ଦ ଭଏଁଷା, କର୍ତନ ମହାରଣା, ଅଲେଖ ସାହୁ, ହୃଷିକେଶ ଭୋଇ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।