କରୋନାରେ ଆଖି ବୁଜିଲେ ସିତାରାମ ୟେଚୁରୀଙ୍କ ପୁଅ

ନୂଆଦିଲ୍ଲୀ,ଏଜେନ୍ସି: ସିପିଆଇର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କ ଗୁରୁବାର ପରଲୋକ ଘଟିଛି। କୋଭିଡ ୧୯ ମହାମାରୀ କାରଣରୁ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା। ଆସନ୍ତା ଜୁନ ୯ ତାରିଖରେ ୩୫ ବର୍ଷରେ ପାଦ ଥାପିବାକୁ ଯାଉଥିବା ଆଶିଷ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସେ ଗତ ୨ ସପ୍ତାହ ଧରି ମହାମାରୀ ସହିତ ଲଢେଇ କରୁଥିବା ବେଳେ ଆଜି ଭୋର ସାଢ଼େ ୫ଟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପିତା ସୀତାରାମ ନିଜ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ପୁଅର ମୃତ୍ୟୁରେ ଶୋକ ପ୍ରକାଶ କରିବା ସହିତ ଆଶିଷଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।