ସିକ୍କିମ ଆର୍ମି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୬ ସହିଦ ଓ ୪ ଗୁରୁତର

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ଉତ୍ତର ସିକ୍କିମର ଜେମା ନିକଟରେ ସେନାର ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୬ଜଣ ସହିଦ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି । ସହିଦଙ୍କ ମଧ୍ୟରେ ୩ ଜୁନିୟର କମିସନଡ ଅଫିସର ଓ ୧୩ଜଣ ସୈନିକ ଥିଲେ । ଗୁରୁତରଙ୍କୁ ଏୟାରଲିଫ୍ଟ ଯୋଗେ ବେଙ୍ଗଲ ଆର୍ମି ହସ୍ପିଟାଲ ନିଆଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଘାଟି ବୁଲାଣିରେ ରାସ୍ତାରୁ ଖସିଯାଇ ଖାତକୁ ଖସି ପଡ଼ିଥିଲା । ବାଟେନରୁ ଥାଙ୍ଗୁ ଯିବାବେଳେ ଜେମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।