ପଞ୍ଜାବ: ଜେଲରୁ ମୁକୁଳିବା ପରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ମାନସା ଯାଇ ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଛନ୍ତି । ଏହି ସମୟରେ ସିଦ୍ଧୁଙ୍କ ସହ କିଛି ପାର୍ଟି ସଦସ୍ୟ ସାମିଲ ଥିଲେ । ମୁସେୱାଲାଙ୍କ ପରିବାରକୁ ଭେଟିବା ବେଳେ ସିଦ୍ଧୁ ପଞ୍ଜାବର ଆପ୍ ସରକାରକୁ ଟାର୍ଗେଟ କରିଥିଲେ ଏବଂ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ, ସରକାରରେ ଯିଏ ବି ଥାଆନ୍ତୁ ନା କାହିଁକି ନାଗରିକଙ୍କୁ ସୁରକ୍ଷା ଦେବା ହେଉଛି ତାଙ୍କର ପ୍ରଥମ କର୍ତ୍ତବ୍ୟ । ଏଠାକାର ସରକାର ଅପରାଧରୁ ରକ୍ଷା କରେ ନା ଅପରାଧ କରାଏ ସେନେଇ ମୁଁ ପ୍ରଶ୍ନ କରିବାକୁ ଚାହୁଁଛି ।
ସୂଚନାଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ଜେଲରୁ ମୁକୁଳିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସୁରକ୍ଷା ଘଟାଇ ଦେଇଛନ୍ତି । ସିଦ୍ଧୁଙ୍କ ସିକ୍ୟୁରିଟି ରୁ ଘଟାଇ କରାଯାଇଛି । ଜେଲ ଯିବା ସମୟରେ ସିଦ୍ଧୁଙ୍କ ପାଖରେ ସୁରକ୍ଷା ଥିଲା । ଏନେଇ ସିଦ୍ଧୁ କିଛନ୍ତି ଯେ, ମୋ ସୁରକ୍ଷା କମାଇ ଦିଆଯାଇଛି । ପ୍ରଥମେ ଜଣେ ସିଦ୍ଧୁଙ୍କୁ ମାରିଦେଲ ଏବେ ଆଉ ଜଣଙ୍କୁ ମାରିଦିଅ ।