ମାଲକାନଗିରି,ଏନ୍ଏନ୍ଏନ୍: ମାଲକାନଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ପୂର୍ବତନ ମହିଳା ଏସଆଇ ସନ୍ତୋଷୀ ବାରିକ ୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟପାଇଁ କେନ୍ଦ୍ରଗୃହ ମନ୍ତ୍ରଣାଳୟର ମେଡାଲ ପାଇଁ ବିବେଚିତ ହୋଇଛନ୍ତି। ଏହି ମେଡାଲ ପାଇଁ ଦେଶର ୧୨୧ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ଓଡ଼ିଶାରୁ ମାତ୍ର ୪ ଜଣ ମନୋନୀତ ହୋଇଛନ୍ତି। ସେଥିମଧ୍ୟରୁ ସୁଶ୍ରୀ ବାରିକ ଅନ୍ୟତମ । ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥିବାବେଳେ ସେ ମାମଲାଗୁଡ଼ିକର ଉତ୍ତମ ତଦନ୍ତ କରି ଅପରାଧିଙ୍କୁ ଦଣ୍ଡିତ କରିବାରେ ସହାୟକ ହୋଇଥିବାରୁ ଚଳିତବର୍ଷ ପାଇଁ ତାଙ୍କୁ ସମ୍ମାନିତ କରାଯିବ। ଏହାପୂର୍ବରୁ ସେ ୩ ଥର ବିଭିନ୍ନ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲାରୁ ବଦଳି ହୋଇ ରାୟଗଡ଼ା ଜିଲ୍ଲାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ‘ଗତକାଲି ମୁଁ ଏ ବିଷୟରେ ଖବର ପାଇଲି। ମୋ ନାମକୁ ସୁପାରିଶ କରିଥିବାରୁ ପୁଲିସ ମହାନିର୍ଦ୍ଦେଶକ ଓ ଏଡିଜିଙ୍କୁ ଧନ୍ୟବାଦ ଜଣାଇବା ସହ ମାଲକାନଗିରି ଏସପିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ମହିଳାଙ୍କୁ ନ୍ୟାୟ ଦେବାସହ ପସ୍କୋ ଆକ୍ଟର ବହୁ ମାମଲାର ତଦନ୍ତ କରିଛି ଓ ସର୍ବଦା ଚେଷ୍ଟା କରିଛି ଦୋଷୀକୁ କିଭଳି ଦଣ୍ଡ ମିଳିବ। ଏଥିପାଇଁ ମୁଁ ମୋ ବାପା,ମାଆ, ଶୁଭେଚ୍ଛୁ ଓ ସାଙ୍ଗସାଥିଙ୍କୁ ଧନ୍ୟବାଦ ଦେଉଛି।