ଘୋଷଣାର କିଛି ଘଣ୍ଟା ମଧ୍ୟରେ ସ୍ଥଗିତ ହେଲା ସଟଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ହିର୍ମାସ୍ଥିତ ଏସଏମସି ପ୍ଲାଣ୍ଟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ହିର୍ମା ପଞ୍ଚାୟତକୁ ଆଜି ସଂଧ୍ୟା ୫ଟାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସରପଞ୍ଚ ଅନିତା ଭଏଁଷା ସଟଡାଉନ ଘୋଷଣା କରଥିଲେ। ତେବେ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ପୁନଶ୍ଚ ଏକ ଚିଠି କରି ସଟଡାଉନକୁ ସ୍ଥଗିତ କରିଛନ୍ତି। ହଠାତ ସଟଡାଉନ ହେଲେ ଲୋକେ ହଇରାଣ ହେବେ ଚିନ୍ତାକରି ସ୍ଥଗିତ କରିଥିବା ଜଣାପଡିଛି ।  ପଞ୍ଚାୟତକୁ ସାନିଟାଇଜ କରିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।