ଶ୍ରୀମନ୍ଦିରର ଚୁଲା ଭଙ୍ଗା: ଦୋଷୀ ବିରୋଧରେ ନିଆଯିବ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ

ତଦନ୍ତ ପାଇଁ ନିର୍ଦ୍ଦେଶ

ପୁରୀ ,ଏନ୍ଏନ୍ଏସ୍: ପୁରୀରେ ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି। ଜଗନ୍ନାଥ ମନ୍ଦିରର ରୋଷେଇ ଘର ଭିତରେ ପ୍ରାୟ ୮୦ ଟି ଚୁଲା ରବିବାର ଦିନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି।

ଶନିବାର ରାତିରେ ପାରମ୍ପାରିକ ରୀତିନୀତି ସମାପ୍ତ ହେବା ପରେ କୌଣସି ବିବାଦକୁ ନେଇ କିଛି ଦୁର୍ବତ୍ତ ଚୁଲାକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ପୁରୀ ଜିଲ୍ଲାପାଳ।

କେବଳ ଏତିକି ନୁହେଁ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି। ନୀତି ପ୍ରଶାସକ ଓ ଅତିରିକ୍ତ ଏସପି ମିଳିତ ହୋଇ ଏହି ତଦନ୍ତ କରିବେ। ଯେଉଁମାନେ ଦୋଷ କରିଥିବେ ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏହି ଘଟଣା ପରେ ପବିତ୍ର ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂତ୍ରରୁ ପ୍ରକାଶ ଯେ ପିଥାଗଡା, କୋଥାଭୋଗା, ସତ୍ୟପୁରୀ ଏବଂ ଥାଲିଆଡା ଚୁଲାକୁ ଭଙ୍ଗାରୁଜା କରାଯାଇଛି।

ତେବେ ଚୁଲୋ ଗୁଡ଼ିକ କିପରି କ୍ଷତିଗ୍ରସ୍ତ ହୋଇଛି ତାହାର ପ୍ରକୃତ କାରଣ ଏପର‌୍ୟ୍ୟନ୍ତ ଜଣା ପଡିନାହିଁ । ତେବେ ଏହା ରାଜ୍ୟ ତଥା ବାହାରେ ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।