ନୂଆଦିଲ୍ଲୀ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରକୁ କୁନି ପରୀ ଆସିଛି । ମୁକେଶଙ୍କ ବଡ଼ ବୋହୂ ଶ୍ଳୋକା ମେହେତା ଆଜି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଆକାଶ ଅମ୍ବାନୀ ଓ ଶ୍ଳୋକା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ତାଙ୍କର ଏକ ୨ ବର୍ଷର ପୁଅ ପୃଥିବୀ ଅମ୍ବାନୀ ରହିଛି । ଶ୍ଳୋକା ଗର୍ଭବତୀ ଥିବା ନେଇ ଏପ୍ରିଲ ମାସରେ ଏନଏମଏସିସି ଉଦଘାଟନ ସମାରୋହରେ ନୀତା ଅମ୍ବାନୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ୨୦୨୨ରେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ ।