ବିହାର ସରକାରଙ୍କୁ ଶିବସେନାର ସମାଲୋଚନା

ମୁମ୍ବାଇ,ଏଜେନ୍ସି: ବିହାରରେ ଅପରାଧିକ ମାମଲା ବୃଦ୍ଧି ଓ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିହାର ସରକାରଙ୍କୁ ସମାଲୋଚନା କରିଛି। ଏହି ପରିପ୍ରେକ୍ଷୀରେ ବିଜେପି ଓ ନୀତିଶ କୁମାରଙ୍କୁ ସିଧା ଟାର୍ଗେଟ କରିଛି ଶିବସେନା ମୁଖ ‘ସମାନା’।

ନିକଟରେ ବିହାରର ମୁଜାଫରପୁରରେ ଜଣେ ଶିକ୍ଷକଙ୍କ ୨୨ ବର୍ଷୀୟ ପୁଅକୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ଶିବସେନା କେନ୍ଦ୍ର କରି କହିଛି କି, ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ ମୃତକର ପରିଚୟରେ ଜଣେ ଆଇପିଏସ୍ ଅଧିକାରୀ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅଭିଯୁକ୍ତ ନିର୍ଭୟରେ ପଦାରେ ବୁଲୁଛି। ସେହିପରି ମୁଜାଫରପୁରର ଆଉ ଏକ ୧୦ ବର୍ଷର ଝିଅକୁ ବନ୍ଧୁକ ମୁନରେ ଦୁଷ୍କର୍ମ କରାଗଲା। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏଫଆଇଆର ଦେବାକୁ ଯାଇଥିଲେ ସୁଦ୍ଧା ପୁଲିସ ଏଫଆଇଆର ଗ୍ରହଣ କରିନଥିଲା। ତେବେ ଏହି ଦୃଶ୍ୟ କେବଳ ମୁଜାଫରପୁରରେ ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ବିହାରର ବୋଲି ଶିବସେନା କହିଛି। ସେହିପରି ବିହାରରେ ହତ୍ୟା, ଗଣଦୁଷ୍କର୍ମ, ଦୁଷ୍କର୍ମ, ଅପହରଣ, ଜବରଦସ୍ତି ବିବାହ ପ୍ରଭୃତି ଅପରାଧ ବଢ଼ିଯାଇଛି।

ତେବେ ବିହାରରେ ସରକାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଥାଆନ୍ତୁ କି କ୍ଷମତାରେ ବିଜେପି ଥାଉ ଉଭୟେ ଅପରାଧ ରୋକିବାରେ ବିଫଳ ହୋଇଛନ୍ତି ବୋଲି ଶିବସେନା ମୁଖ କହିଛି।