Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏମ୍‌କେସିଜିର ପ୍ରଥମ ମହିଳା ନର୍ସ ଭାବେ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବେ ଶିବାନୀ ଦାଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏମ୍‌କେସିଜିର ପ୍ରଥମ ମହିଳା ନର୍ସ ଭାବେ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବେ ଶିବାନୀ ଦାଶ

ବ୍ରହ୍ମପୁର,ଏନ୍‌ଏନ୍‌ଏସ୍‌: ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ଏମ୍‌କେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଶିବାନୀ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀ ନାଁ ସୁପାରିସ କରାଯାଇଥିବା ବେଳେ ସେ ଏମ୍‌କେସିଜିର ପ୍ରଥମ ମହିଳା ନର୍ସ ଭାବେ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିବେ। ୨୦୨୧ ବର୍ଷ ପାଇଁ ଏମକେସିଜି କର୍ତ୍ତୃପକ୍ଷ ୫ ଜଣ ନର୍ସଙ୍କ ନାମ ସୁପାରିସ କରିଥିଲେ। ସେଥିରୁ ଶିବାନୀଙ୍କୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରିଥିଲେ। ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ନିର୍ଦ୍ଧାରିତ ସଂସ୍ଥା ଦ୍ୱାରା ତାଙ୍କ ଭିଡିଓଗ୍ରାଫି ସୁଟିଂ ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମ୍‌କେସିଜି ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ ଯେ ଯାଜପୁର ଟାଉନ କଣ୍ଟାବଣିଆରେ ଜନ୍ମିତ ଶିବାନୀ ଦାଶ ବର୍ତ୍ତମାନ ବ୍ରହ୍ମପୁର ଲୋଚାପଡା ମେଇନରୋଡର ବାସିନ୍ଦା ଅଟନ୍ତି। ସେ ପୂର୍ବରୁ କଲିକତାରେ ନର୍ସ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭ ମସିହାରୁ ଏମ୍‌କେସିଜିରେ ନର୍ସ ଭାବେ କାର୍ଯ୍ୟ କରିଆସୁଛନ୍ତି। କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ଶିବାନୀ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲେ। ରୋଗୀଙ୍କ ଦାଢି କାଟିବା, ସେମାନଙ୍କୁ ସଜାଇଦେବା ଭଳି କାର୍ଯ୍ୟରେ ତାଙ୍କ ଭୂମିକା ରହିଥିଲା। ଏମକେସିଜିର ବିଭିନ୍ନ ୱାର୍ଡରେ ଅସହାୟ ରୋଗୀଙ୍କୁ ନିଜର ଭାବି ସେବା କର ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଭଳି ନିସ୍ୱାର୍ଥପର ସେବା ନିମନ୍ତେ ତାଙ୍କୁ ଏହି ସମ୍ମାନସ୍ପଦ ପୁରସ୍କାର ପାଇଁ ଚୟନ କରାଯାଇଛି।

ନର୍ସିଂ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିଥିବା ବେଳେ ଶିବାନୀ ଆଜି ପର୍ଯ୍ୟନ୍ତ ଅବିବାହିତା ରହିଛନ୍ତି। ମେଡିକାଲକୁ ଆସୁଥିବା ସମସ୍ତ ରୋଗୀ ମୋର ଅତି ନିଜର ଅଟନ୍ତି। ସେମାନଙ୍କ ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ। ଘରର ସଦସ୍ୟ ଭାବି ମୁଁ ସେମାନଙ୍କୁ ସେବା କରିଥିବା ପସନ୍ଦ କରେ, ମୋତେ ଏଭଳି ସେବା କରିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏବଂ ରୋଗୀଙ୍କ ସେବା କରୁଛି ଓ କରୁଥିବା ବୋଲି ଶିବାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।