ନୂଆଦିଲ୍ଲୀ,ଏଜେନ୍ସି: ରେକର୍ଡ଼ ସୃଷ୍ଟି କରି ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେୟାର ମାର୍କେଟ। ଏହା ଦେଶ ପାଇଁ ଏକ ଐତିହାସିକ ଦିନ ଅଟେ। ଆଜି ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୫୦ ହଜାର ଟପିଛି ସେନସେକ୍ସ। ଆଜି କାରବାର ଆରମ୍ଭରୁ ୩୩୫ ପଏଣ୍ଟ ବୃଦ୍ଧି ପାଇ ୫୦,୧୨୬.୭୩ରେ ପହଞ୍ଚିଛି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ। ନିଫ୍ଟ ମଧ୍ୟ ସେହିପରି ଭାବରେ ୧୪,୭୦୦ ଟପିଛି।
ଗତକାଲି ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି ସେନସେକ୍ସ ଏତେ ମାତ୍ରାରେ ରେକର୍ଡ ସୃଷ୍ଟି କରିଛି। ବିଗତ କିଛି ଦିନ ଧରି ସେୟାର ବଜାରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳିଥିଲା। ମାତ୍ର ଗତକାଲି ଏହା ସର୍ବେଚ୍ଚ ପରିମ।।ଣ ବୃଦ୍ଧି ଘଟିଛି। ଏହା ପୁର୍ବରୁ ୩୦ ହଜାରରୁ ୪୦ ହଜାର ପଏଣ୍ଟ ୨୦୧୯ରେ ଆସିଥିଲା ଓ ଏବେ ୧୪ ମାସ ପରେ ଏହା ୫୦ ହଜାରରେ ପହଞ୍ଚିଛି।