ଦେଶରେ ଗତ ୨୪ ଘଣ୍ଟାରେ ୧୫,୨୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଲଗାତାର କରୋନା ସଂକ୍ରମଣ ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୨୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୫୧ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୧୦ ହଜାର ୮୮୩ରେ ପହଞ୍ଚିଛି। ସେଥିରୁ ଗତ ୨୪ ଘଣ୍ଟାରେ ୧୯,୯୬୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୦୮ ଛୁଇଁଛି। ମୋଟ କରୋନାରେ ଦେଶରେ ୧ ଲକ୍ଷ ୫୨ ହଜାର ୮୬୯ ଜଣ ପ୍ରାଣ ହରାଇଥିବା ବେଳେ ୧ କୋଟି ୨ ଲକ୍ଷ ୬୫ ହଜାର ୭୦୬ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୮ ଲକ୍ଷ ୬ ହଜାର ୪୮୪ ଜଣ କରୋନା ଟିକା ନେଇସାରିଲେଣି।