ଭୁବନେଶ୍ୱର,ଏନ୍ଏନ୍ଏସ୍: ହକି ବିଶ୍ୱକପ୍ ପୂର୍ବରୁ ଷ୍ଟିଲ୍ ସିଟି ରାଉରକେଲାର ରୂପ ବଦଳିବ। ନବ ବଧୂ ପରି ସଜେଇ ହେବ। ରାସ୍ତାଘାଟ ଠାରୁ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେବ। ଏଥିପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଅନୁଦାନ ଯୋଗାଇଦେବେ। ଦରକାର ପଡ଼ିଲେ ଆହୁରି ଅଧିକ ଯୋଗାଇ ଦିଆଯାଇପାରେ।
ଭର୍ଚୁଆଲରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ‘ମୁକ୍ତା’ ଯୋଜନାରେ ରାଉରକେଲା ସହରର ରୂପାନ୍ତର କାର୍ଯ୍ୟ କରାଯିବ। ସହରର ଉନ୍ନତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ଅନୁଦାନ ଦିଆଯିବ। ସହରର ରୂପରେଖ ବଦଳିବ। ସମୀକ୍ଷା ବୈଠକରେ ବିଧାୟକ ସାରଦାପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସହର ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ମତ ରଖିଥିଲେ।