ନୂଆଦିଲ୍ଲୀ: ଭାରତ ବିରୋଧୀ ଶକ୍ତି ଦ୍ୱାରା ବିଦେଶରେ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନୀତିକୁ ଟାର୍ଗେଟ କରାଯାଉଛି। ଏଥର ବିବିସି ରେଡିଓ ଷ୍ଟେସନର ଏକ କାର୍ଯ୍ୟକ୍ରମରେ ପଞ୍ଜାବୀ ଭାଷାରେ ଜଣେ ବ୍ୟକ୍ତି ମୋଦୀଙ୍କ ମା’ଙ୍କ ଲାଗି ଅଭଦ୍ର ଟିପ୍ପଣୀ କରିଛି। ଆଶ୍ଚର୍ଯ୍ୟକର କଥାଟି ହେଲା, ବିବିସି ରେଡିଓ ଷ୍ଟେସନରେ କାର୍ଯ୍ୟକ୍ରମକୁ ସଞ୍ଚାଳିତ କରୁଥିବା ପ୍ରେସେଣ୍ଟର ବି ଏହି ଟିପ୍ପଣୀକୁ ପ୍ରସାରିତ ହେବାକୁ ଦେଇଛନ୍ତି। ସେହି ଟିପ୍ପଣୀକୁ କଟାଯାଇ ପାରିଥାନ୍ତା।
ବିବିସି ରେଡିଓ ଷ୍ଟେସନରେ ବିବିସି ଏସିଆନ ନେଟୱର୍କସ ବିଗ ଡିବେଟ ନାମରେ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରାଯାଇଥିଲା। ପରେ ସୋସିଆଲ ମିଡିଆରେ ଏହାର ଖୁବ୍ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧ ତାରିଖରେ ୧୦ଟା ୫୩ ସମୟରେ ପ୍ରସାରିତ ହୋଇଥିଲା।