ଭବାନୀପାଟଣା ପୁଲିସ ଦ୍ୱାରା ଭଡ଼ା ଘରୁ ସେକ୍ସ ରାକେଟ ଠାବ

କଳାହାଣ୍ଡି,ଏନ୍ଏନ୍ଏସ୍: ଭବାନୀପାଟଣା ଟାଉନ ପୁଲିସ ନକଟିଗୁଡା ଭଡ଼ା ଘରେ ରେଡ କରି ସେକ୍ସ ରାକେଟ ଠାବ କରିଛି । ଏହି ସମୟରେ ପୁଲିସ ୫ଜଣ ଦେହଜୀବୀ ସହ ୩ଗ୍ରାହକଙ୍କୁ ଟାଉନ ଥାନାରେ ଅଟକ ରଥିଛି। ଅପରପକ୍ଷରେ ଏହାର ମୁଖ୍ୟ ଅଭିଯୁକ୍ତ ତାହିର ତାଡମ ଫେରାର ହୋଇଯାଇଛି। ସେହିପରି ୫ଜଣ ଦେହଜୀବୀ ମଧ୍ୟରେ ୩ଜଣ ବଙ୍ଗିଆ ଯୁବତୀ ଅଛନ୍ତି।

ସେହିପରି ଗ୍ରାହକଙ୍କ ମଧ୍ୟରେ ଭବାନୀପାଟଣାର ୨ଜଣ ଏବଂ ଧର୍ମଗଡ଼ର ଜଣେ ଥିବା କଳାହାଣ୍ଡି ଜିଲ୍ଲା ପୁଲିସ ଆରକ୍ଷୀ ଅଧିକାରୀ ସୁଚନା ଦେଇଛନ୍ତି । ତେବେ ଆଜି ସେମାନଙ୍କ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ। ସେକ୍ସ ରାକେଟ ଚଳାଇବାକୁ ନେଇ ତାହିର ତାଡମଙ୍କ ନାଁ’ରେ ପୂର୍ବରୁ ଅଭିଯୋଗ ରହିଥିଲା । ଏସ୍ପିଙ୍କ ସୂଚନା ଅନୁସାରେ ଭାବନୀପାଟଣାରେ ଆଉ କେତେ ଜାଗାରେ ମଧ୍ୟ ଏଭଳି ରେକେଟ ଚାଲିଛି ତାକୁ ମଧ୍ୟ ଶୀଘ୍ର ରେଡ଼ କରାଯିବ ବୋଲି ସୂଚନା ଦେଇଛନ୍ତି।