ବାରିପଦା,ଏନ୍ଏନ୍ଏସ୍: ବାରିପଦା ସହରର ଗାନ୍ଧୀ ମାର୍କେଟ ଠାରେ ଥିବା ଶାନ୍ତି. କ୍ରିଷ୍ଣା ଏବଂ ଶ୍ରୀ କୃିଷ୍ନା ନାମକ ତିନିଟି ଲଜରେ ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ୩୦ ଜଣ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୧୫ ଜଣ ଯୁବକ ଏବଂ ୧୫ ଜଣ ଯୁବତୀ ଅଛନ୍ତି। ଆଜି ଦିନ ପାଖାପାଖି ୧ ଟା ସମୟରେ କୈାଣସି ସୂତ୍ରରୁ ଖବର ପାଇ ବାରିପଦା ସଦର ଏସଡିପିଓ କେ କେ ହରିପ୍ରସାଦ ଙ୍କ ନିର୍ଦ୍ଧେଶକ୍ରମେ ଟାଉନ ଥାନା ଅଧିକାରୀ ଅଶୋକ ନାୟକଙ୍କ ସମେତ ସବ ଇନସପେକ୍ଟର ରୀତା ବେହେରା , ଏ ଏସ ବାଗେ, ପି କେ ସାହୁ , ଆର କେ ବେହେରା, ଏ ଏସ ଆଇ ଜି ଏସ ପରିଡା , ଡବ୍ଲୁ ସି ଦମୟନ୍ତି ମହାନ୍ତ, ନନ୍ଦିନୀ ଶେଜପଡାଙ୍କ ସମେତ ଏକ ପୋଲିସ ଟିମ ଉକ୍ତ ଲଜ୍ ଗୁଡିକ ଉପରେ ଅତର୍କିତ ଭାବେ ଚଢଉ କରିଥିଲେ।
ଚଢ଼ଉ ସମୟରେ ପୋଲିସ ବେଆଇନ ଭାବେ ରହିଥିବା ଏହି ଯୁବକ ଯୁବତୀମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଟକ ରଖିଛି। ଏଥି ସହିତ ଲଜ୍ ର ରୁମ ଭିତରୁ ବିଭିନ୍ନ ଔଷଧ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଏମାନଙ୍କ ମଧ୍ୟରେ ଜିଲା ଓ ଜିଲା ବାହାରର ଅଧିକାଂଶ କଲେଜ ପଢୁଆ ଯୁବକ ଯୁବତୀ ଥିବାବେଳେ ଜଣେ ବୟସ୍କ ମହିଳା ଅଛନ୍ତି। କିଛି ପ୍ରେମୀ ଯୁଗଳ ଶାରୀରିକ ସଂପର୍କ ପାଇଁ ଆସିଥିବାବେଳେ ଆଉ କିଛି ଦେହ ବ୍ୟବସାୟରେ କରୁଥିବାର ପୋଲିସ ଜାଣିବାକୁ ପାଇଛି। ଜଣେ ଦିଅର ଭାଉଜ ଥିବାର ଜଣାପଡିଛି।
କିଛି ଦିନ ହେବ ପୋଲିସ ଏପରି ବେଆଇନ କାର୍ଯ୍ୟ ହେଉଥିବାର ସନ୍ଦେହ କରି ଏହି ଲଜଗୁଡିକ ଉପରେ କଡା ନଜର ରଖିଥିଲା। ଆଜି କିଛି ପୋଲିସ ସାଧା ପୋଷାକରେ ଲଜ୍ ସମ୍ମୁଖରେ ଜଗିରହିଥିଲେ। ସୁରାକ ମିଳିବା ମାତ୍ରକେ ପୋଲିସ ଲଜ୍ ଗୁଡିକର ସମସ୍ତ ରୁମରେ ଚଢଉ କରିଥିଲା।
ତେବେ କଲେଜ ପଢୁଆ ଯୁବକ ଯୁବତୀମାନେ କାହିଁକି ଓ କେଉଁ ପରିସ୍ଥିତିରେ ଲଜ୍ କୁ ଆସିଥିଲେ ଏବଂ ହୋଟେଲ ମାଲିକମାନେ ଏମାନଙ୍କୁ କିପରି ବେଆଇନ ଭାବରେ ରହିବାକୁ ଅନୁମତି ଦେଇଥିଲେ ତାହାର ତଦନ୍ତ କରାଯିବ ବୋଲି ପୋଲିସ କହିଛି । ପୋଲିସ ହୋଟେଲ ମ୍ୟାନେଜରଙ୍କ ସମେତ ୪ କର୍ମଚାରୀଙ୍କୁ ଗିରଫ କରିଛି।