Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଧାରେ ରହିଲା ବୈଷ୍ଣୋଦେବୀ ଦର୍ଶନ, ଖାଇକୁ ବସ୍ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଧାରେ ରହିଲା ବୈଷ୍ଣୋଦେବୀ ଦର୍ଶନ, ଖାଇକୁ ବସ୍ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଅଧାରେ ରହିଲା ବୈଷ୍ଣୋ ଦେବୀ ଦର୍ଶନ । ଗଭୀର ଖାଇକୁ ବସ୍ ଖସି ପଡ଼ିବାରୁ ଜୀବନ ହାରିଲେ ୧୦ ଜଣ ଶ୍ରଦ୍ଧାଳୁ । ଆଜି ଜମ୍ମୁ ଜିଲ୍ଲାର ଜଜାର କୋଟଲି ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ୩୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ କତ୍ରା ଅଭିମୁଖେ ଯାଉଥିବା ଏକ ବସ୍ ଖାଇକୁ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଯାହା ସୂଚନା ମିଳିଛି, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପଞ୍ଜାବ ଅମୃତସରରୁ ତୀର୍ଥଯାତ୍ରୀଙ୍କୁ ନେଇ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ କତ୍ରା ଯାଉଥିଲା । କିନ୍ତୁ ଗନ୍ତବ୍ୟ ସ୍ଥଳରୁ ପହଞ୍ଚିବା ପୂର୍ବରୁ ଜମ୍ମୁର ଜଜାର କୋଟଲି ଅଞ୍ଚଳରେ ବସ୍‌ ଭାରସାମ୍ୟ ହରାଇ ବ୍ରିଜ୍‌ ଉପରୁ ଗଭୀର ଖାଇକୁ ଖସି ପଡିଥିଲା । କତ୍ରାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଛି । ଖବର ପାଇ ପୋଲିସ, ସିଆର୍‌ପିଏଫ୍‌, ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜମ୍ମୁ ସରକାରୀ ମେଡିକାଲ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଅନେକ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।