Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ମୁମ୍ବାଇ,ଏଜେନ୍ସି: ଭୁଶୁଡିଲା ଗୋଦାମ । ଦୁଇ ମହଲା ବିଶିଷ୍ଟ ଗୋଦାମ ଭୁଶୁଡିବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଫସି ରହିଥିବା ଜଣାପଡିଛି । ଏହାସହ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତକାଲି(ଶନିବାର) ଅପରାହ୍ନ ସମୟରେ ମହାରାଷ୍ଟ୍ର ଥାନେ ଜିଲ୍ଲାର ଭିୱଣ୍ଡିରେ ଏହି ଦୁର୍ଘଟଣା ଘଟିଛି । ତେବେ ବର୍ତ୍ତମାନ ଯାଏଁ ମଧ୍ୟ ୧୦ରୁ ୧୨ ଜଣ ଫସି ରହିଥିବା ଜଣାପଡିଛି । ଏନେଇ ସିଭିଲ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଗତକାଲି(ଶନିବାର) ପ୍ରାୟ ୧ଟା ୪୫ ମିନିଟ ସମୟରେ ମନକୋଲି ଭାଲପଡା ବର୍ଦ୍ଧମାନ ଅଞ୍ଚଳରେ ରହିଥିବା ଏକ ଗୋଦାମ ଭୁଶୁଡି ଯାଇଥିଲା । ଭୁଶୁଡିବା ସମୟରେ ତଳ ମହଲାରେ ମୁଲିଆମାନେ କାମ କରୁଥିବା ବେଳେ ଉପର ମହଲାରେ ୪ଜଣ ପରିବାର ରହିଥିଲେ । ଏନେଇ ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟ ଅଭିନାଶ ସାଓ୍ବନ୍ତ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଥିବା ସୂଚନା ଦିଆଯାଇଛି । ତେବେ ଖବର ମିଳିବା ବେଳକୁ ୧୦ ରୁ ୧୨ଜଣ ଫସିରହିଥିବା ନେଇ ସୂଚନା ମିଳିଥିଲା ।

ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟଙ୍କ କହିବା ଅନୁସାରେ, “ଜଣେ ୪୦ବର୍ଷୀୟ ଯୁବକ ଏବଂ ୨୬ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ୧୦ରୁ ୧୨ଜଣ କୋଠା ତଳେ ଚାପି ହୋଇ ରହିଛନ୍ତି ।”