ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜଙ୍କିଆ ଥାନା ଅନ୍ତର୍ଗତ ହଜ ପଞ୍ଚାୟତର ନିଧିପୁର ଗାଁ’ରେ ସଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସୁର ମହାପାତ୍ର ଓ ତାଙ୍କ ପଡୋଶୀର ୭ ବଖରା ଘର ପୋଡିଯିବା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଜଳିଯାଇଛି। ଏଥିରେ ସୁର ମହାପାତ୍ରଙ୍କ ଗାଇ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛି।
