ଭୁବନେଶ୍ୱରରେ ସେରୋ ସର୍ଭେଲାନ୍ସ ଆରମ୍ଭ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି। ଆରଏମଆରସି ଓ ବିଏମସିର ମିଳିତ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ହାଇରିକ୍ସ ଜୋନରେ ସର୍ଭେ କରାଯିବ ବୋଲି ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ଲ୍ୟାବ ଅଧିକାରୀ ଘରେ ଘରେ ବୁଲି ବୁଲି ନମୁନା ସଂଗ୍ରହ କରୁଛନ୍ତି। ୫ଟି କ୍ଲଷ୍ଟରରେ ଆରମ୍ଭ ହୋଇଥିବା ସର୍ଭେଲାନ୍ସରେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏନେଇ ଭୁବନେଶ୍ୱର ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।