ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଆର୍ୟଦାନ ମହମ୍ମଦ

ଥିରୁଅନନ୍ତପୁରମ: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମନ୍ତ୍ରୀ ଆର୍ୟଦାନ ମହମ୍ମଦଙ୍କ ପରଲୋକ ଘଟିଛି । ସେ କିଛି ସପ୍ତାହ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ କୋଝିକୋଡେର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କର ୮୭ ବର୍ଷ ବୟସ ଦେହାନ୍ତ ହୋଇଛି ।

କେରଳ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ମହମ୍ମଦ । ଟ୍ରେଡ ୟୁନିୟନ କାର୍ଯ୍ୟକର୍ତ୍ତାରୁ ରାଜନୀତିକୁ ଆସିଥିହା ମହମ୍ମଦ ରାଜ୍ୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିଲେ । ୧୯୭୩ରେ କେରଳର ନୀଲମ୍ବୁରରେ ଜନ୍ମ ହୋଇଥିବା ମହମ୍ମଦ ୧୯୫୨ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ୧୯୫୮ରେ କେରଳ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ସ୍ଥାନ ପାଇଥିଲେ । ପରେ ସେ ସଂଗଠନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ନିର୍ବାଚନରେ ପ୍ରତିଯୋଗିତା କରିବା ସହ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ଥିଲେ ।