Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦଶହରାରେ ଭିଡକୁ ଏଡାଇବ କମିସନରେଟ ପୁଲିସର ମୋବାଇଲ ବାଇକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦଶହରାରେ ଭିଡକୁ ଏଡାଇବ କମିସନରେଟ ପୁଲିସର ମୋବାଇଲ ବାଇକ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦଶହରାରେ ଭିଡ଼କୁ ଏଡାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବୁଲିବ ମୋବାଇଲ ବାଇକ । ଦୁଇ ବର୍ଷର କୋଭିଡ କଟକଣା ପରେ ଭୁବନେଶ୍ବର ଓ କଟକର ବିଭିନ୍ନ ପୂଜା ମଣ୍ଡପରେ କଟକଣା ମୁକ୍ତ ଦୂର୍ଗା ପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଏଥର ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଅଧିକ ଗହଳି ରହିବ । ବିଭିନ୍ନ ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ସମସ୍ତ ପୂଜା ପାର୍ବଣ ବନ୍ଦ ହୋଇ ରହିଥିଲା । ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପୂଜା ମଣ୍ଡପ ଓ ବଜାର ଘାଟ । ଆଉ ମାତ୍ର ଦିନ କେଇଟାର ଅପେକ୍ଷା ପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କର ପୂଜା । ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ଚାଲିଛି ପ୍ରସ୍ତୁତି ।

ଟ୍ବିନସିଟିରେ କିଭଳି ଭାବରେ ଭିଡକୁ ଏଡାଇଯାଇପାରିବ, ସେନେଇ କମିସନରେଟ ପୋଲିସ ପକ୍ଷରୁ ୫ଟି ମୋବାଇଲ ବାଇକ ପ୍ରସ୍ତୁତ ରହିଥିବା ସୂଚନା ଦିଆଯାଇଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, “ଦୁଇ ବର୍ଷ ପରେ କୋରୋନାର ପ୍ରଭାବ ନଥିବାରୁ ଦୁର୍ଗା ପୂଜାରେ ଜନସାମାଗମ ରହିବ । ଏହା ପୁଲିସ ପାଇଁ ଏକ ବିରାଟ ଚାଲେଞ୍ଜ ରହିବ । ଆଜି ୫ଟି ମୋବାଇଲ ବାଇକ ଦିଆଯାଇଛି । କିଛିଦିନ ତଳେ ୩ଟି ମୋବାଇଲ ବାଇକ ଦିଆଯାଇଥିଲା । ୫ଟି ମୋବାଇଲ ବାଇକରୁ ୨ଟି ଭୁବନେଶ୍ବରେ ରହିବ ଓ ବାକି ୩ଟି କଟକରେ ରହିବ । ଯେହେତୁ ଦଶହରାରେ କଟକରେ ଅଧିକ ଭିଡ଼ ହୋଇଥାଏ, ତେବେ ଭିଡ଼କୁ ଏଡାଇବା ପାଇଁ ମୋବାଇଲ ବାଇକ ସହାୟକ ହେବ ।”