ମଣିପୁରରେ ବଢ଼ିଲା ସେନାର ନିଯୁକ୍ତି

ମଣିପୁର: ମଣିପୁରରେ ୨ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲାରେ ୫ଜଣ ଗିରଫ ହୋଇଛନ୍ତି । ଏଭଳି ସ୍ଥିତିରେ ଘଟଣାକୁ ଦୃଷ୍ଟିରେ ରଖି କୁକି ଓ ମୈତେଇ ସମାଜର ସୀମାବର୍ତ୍ତୀ ଅଞ୍ଚଳରେ ସେନା ଓ ଆସାମ ରାଇଫଲ୍ସର ନିଯୁକ୍ତି ବଢ଼ାଇ ଦିଆଯାଇଛି । ଏହାବ୍ୟତୀତ ରାସ୍ତାର ଅନେକ ସ୍ଥାନରେ ସେନାର ବଙ୍କର ନିର୍ମାଣ ଆରମ୍ଭ ହୋଇଛି । ଭାରତୀୟ ସେନା ସହ ଆସାମ ରାଇଫଲ୍ସ, ସିଆରପିଏଫ୍ ଓ ବିଏସଏଫର ନିଯୁକ୍ତି ବଢ଼ାଇବା ସହ ଅଧିକ ସତର୍କ କରାଯାଇଛି ।

ସୂଚନାଯୋଗ୍ୟ, ମଣିପୁରରେ ଗତ ୨ ମାସରୁ ଅଧିକ ହେବ ଜାତୀୟ ହିଂସା ବଢ଼ିବାରେ ଲାଗିଛି । ଗତ ବୁଧବାର ମହିଳାଙ୍କ ସହ ହୋଇଥିବା କ୍ରୁରତାର ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି ।