ବାହାନଗା ଟ୍ରେନ୍ ଦୁର୍ଘଟଣା: ଏମ୍ସରେ ରହିଛି ଆହୁରି ୪୦ରୁ ୪୧ ମୃତଦେହ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆହୁରି ୪୦ରୁ ୪୧ ଅଚିହ୍ନା ମୃତଦେହ ଏମ୍ସରେ ରହିଛି । ଯେଉଁମାନେ ଶବ ନେବାକୁ ଆସୁଛନ୍ତି ସେମାନଙ୍କ ଡିଏନଏ ଟେଷ୍ଟ ହେଉଛି । ସାମ୍ପଲ ମ୍ୟାଚ୍ ହେବା ପରେ ମୃତଦେହ ଦିଆଯାଉଛି । ଏନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।