ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ଏକ ମାସ ତଥା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂରା ଧ୍ୟାନ ଆର୍ଥିକ ବିଧେୟକ, ଆର୍ଥିକ ବର୍ଷ ୨୦୨୧-୨୨ରେ ଅନୁଦାନ ଓ ଅନେକ ଅନୂପୁରକ ଦାବି ପାରିତ ପାଇଁ ହେବ।
ଅନ୍ୟପଟେ କଂଗ୍ରେସ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ଏହି ଅଧିବେଶନରେ ସ୍ଥଗିତ ପ୍ରସ୍ତାବ ଆଣିପାରେ। ଏଥିରେ ବିରୋଧୀ ଦଳ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି।
ଏହି ପରିପ୍ରେକ୍ଷୀରେ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ କେତେକ ବିଧେୟକ ପାରିତ କରିବା ପାଇଁ ସରକାର ସୂଚନା ଦେଇଛନ୍ତି। ଏଥିରେ ପେନସନ ନିଧି ନିୟାମକ, ବିକାଶ ସଂଶୋଧନ ବିଧେୟକ, ବିକାଶ ବ୍ୟାଙ୍କ ବିଧେୟକ, ଡିଜିଟାଲ ମୁଦ୍ରା ବିଧେୟକ, ରାଷ୍ଟ୍ରୀୟ ଆର୍ଥିିକ ଭିତ୍ତିଭୂମି, ବିଦ୍ୟୁତ୍ ସଂଶୋଧନ ବିଧେୟକ ଓ କ୍ରିପ୍ଟୋ କରେନ୍ସି ସାମିଲ ଅଛି।