Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ଘୋଷଣାର ଦ୍ୱିତୀୟ ପର୍ଯ୍ୟାୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ଘୋଷଣାର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ,ଏଜେନ୍ସି: ଆତ୍ମ ନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣାର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ମାସ ମାଗଣା ଖାଦ୍ୟ ଓ ନିଯୁକ୍ତି ଯୋଗାଇବାକୁ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ। ଏଥିସହ ୯ଟି ପଦକ୍ଷେପ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କ୍ଷୁଦ୍ର ଚାଷୀ, ରାସ୍ତାକଡ଼ ଦୋକାନୀ, ପ୍ରବାସୀ ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯାଇଛି। ସେହିପରି ୩ କୋଟି ଚାଷୀଙ୍କୁ ରିହାତିରେ ଋଣ ଦିଆଯାଇଛି। କ୍ଷୁଦ୍ର ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କା କମ ସୁଧରେ ଦିଆଯିବା ସହ
କୃଷି ଋଣ ପରିଶୋଧ ଅବଧି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ୨୫ ଲକ୍ଷ କିଷାନ କ୍ରେଡିଟ କାର୍ଡ ବଣ୍ଟାଯାଇଛି। ନାବାର୍ଡ, ଗ୍ରାମୀଣ ବ୍ୟାଙ୍କ ମାଧ୍ୟମରେ ୨୯୫୦୦ କୋଟି ଦିଆଯାଇଛି। ୨ ମାସରେ କୃଷି କ୍ଷେତ୍ରକୁ ୮୬,୬୦୦ କୋଟିର ଋଣ।

ମାର୍ଚ୍ଚରେ ୬୩ ଲକ୍ଷ ଚାଷୀଙ୍କ ଋଣ ମଞ୍ଜୁର କରାଯାଇଛି। ଏସଡିଆରଏଫ ଜରିଆରେ ରାଜ୍ୟଙ୍କୁ ୧୧ ହଜାର କୋଟି ଦିଆଯାଇଛି। ଏସଡିଆରଏଫର ଖର୍ଚ୍ଚ ଶ୍ରମିକଙ୍କ ପାଇଁ ହେବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ୧୨ ହଜାର ଏସଏଚଜି ୩କୋଟି ମାସ୍କ ତିଆରି କରିଛନ୍ତି। ୧୫ ମାର୍ଚ୍ଚ ପରେ ୭୨୦୦ ନୂଆ ଏସଏଚଜି ଗ୍ରୁପ କରାଯାଇଛି। ହାରାହାରୀ ଦୈନିକ ମଜୁରୀ ବୃଦ୍ଧି ନେଇ ଘୋଷଣା ହୋଇଛି। ମନରେଗାରେ ଦୈନିକ ମଜୁରୀ ୨୦୨ଟଙ୍କାକୁ ବୃଦ୍ଧି। ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଯୋଗାଯିବ । ସେହିପରି ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ୩୫୦୦ କୋଟି ଟଙ୍କା ଘୋଷଣା ହୋଇଛି।

ପ୍ରବାସୀ ଶ୍ରମିକଙ୍କୁ ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ଦିଆଯିବ, ୫ କିଲୋ ଚାଉଳ/ଗହମ, ୧ କିଲୋ ଡାଲି ମିଳିବ। ଖୁବ୍‌ ଶୀଘ୍ର ଏକ ଦେଶ-ଏକ ରାସନ କାର୍ଡ ଲାଗୁ ହେବାକୁ ଯାଉଛି। ଅଗଷ୍ଟ ମାସରୁ ଦେଶର ଯେକୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ। ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା ମିଳିବ। ମନରେଗା ଆଧାରରେ ସେମାନଙ୍କୁ ରୋଜଗାର ମିଳିବ। ଏହାଦ୍ୱାରା ୨,୩୩ କୋଟି ଲୋକଙ୍କୁ ଲାଭ ମିଳିବ। ତେବେ ସର୍ବନିମ୍ନ ମଜୁରୀକୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ୧୮୨ ଟଙ୍କା ମଜୁରୀ ମିଳୁଥିଲା।