ଝାରସୁଗୁଡ଼ାରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ବା କୋଭିଡ ଟିକାକରଣ ପାଇଁ ପୂର୍ବ ଅଭ୍ୟାସ ହୋଇଛି। ଆଜି ପଞ୍ଚପଡ଼ା ପିଏଚସି, ବ୍ରଜରାଜନଗର ସିଏଚସି ଓ ବେଲପାହାଡର ଟିଆରଏଲ ହସ୍ପିଟାଲରେ ଏହି ଡ୍ରାଇ ରନ୍ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଉପରୋକ୍ତ ତିନୋଟିଯାକ ହସ୍ପିଟାଲରେ ୨୫ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭ୍ୟାସ ଟିକା ପ୍ରଦାନ କରାଯାଇଛି।
କୋଭିଡ ପ୍ରତିଶେଧକ ଯେପରି ସହଯରେ ଦିଆଯାଇପାରିବ ତାହା ନିଶ୍ଚିତ କରିବା ଏହି ଅଭ୍ୟାସର ଲକ୍ଷ୍ୟ ବୋଲି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ୪ହଜାର ୫ଶହ ୯୨ ଜଣ ସମ୍ମୁଖ କୋଭିଡ ଯୋଦ୍ଧାକୁ ଟିକା ପ୍ରଦାନ କରାଯିବ। ସେଥିପାଇଁ ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବଅଭ୍ୟାସ କରାଯାଇଛି ବୋଲି ସିଡିଏମଓ ସୂଚନା ଦେଇଛନ୍ତି।