ଦୁଇ ଦିନ ମଧ୍ୟରେ ୟୁକ୍ରେନରେ ଦ୍ୱିତୀୟ ଭାରତୀୟଙ୍କର ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ପଞ୍ଜାବର ବାର୍ନାଲାର ଚନ୍ଦନ ଜିନ୍ଦଲ (୨୨) ଭିନିଟିସିଆ ନ୍ୟାସନାଲ ପିରୋଗୋଭ, ମେମୋରିଆଲ ମେଡିକାଲ ୟୁନିଭରସିଟି, ଭିନିଟିସିଆ ୟୁକ୍ରେନରେ ଅଧ୍ୟୟନ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଜିନ୍ଦଲଙ୍କୁ ଇସକେମିକ୍ ଷ୍ଟ୍ରୋକ୍ରେ ପୀଡିତ ହେବା ପରେ ମେଡିକାଲ ଆପତ୍ତିକାଳିନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ତାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ତାଙ୍କ ପିତା ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି।

ଗୋଟିଏ ଦିନ ପୂର୍ବରୁ ଖାର୍କିଭରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା କର୍ଣ୍ଣାଟକର ଜଣେ ଛାତ୍ରଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଉଦ୍ୟମ ଜାରି ରଖିଛନ୍ତି। ଯାତ୍ରୀଙ୍କ ସେବା ପାଇଁ ୟୁକ୍ରେନର ବାୟୁ ସୀମା ବନ୍ଦ ଥିବାରୁ ଅନ୍ୟ ଦେଶ ବାଟ ଦେଇ ମୃତ ଦେହକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଚେଷ୍ଟା କରୁଛନ୍ତି ।