ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ସିଡ଼ିପିଓ

କଳାହାଣ୍ଡି,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ସିଡିପିଓ। ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ସିଡିପିଓ ପୁଷ୍ପାଞ୍ଜଳି ରଥ। ବିର୍ସିଂ ମାଝୀଙ୍କୁ ଅଙ୍ଗନବାଡ଼ି କର୍ମୀ କରାଇଦେବା ପାଇଁ ସେ ଲାଞ୍ଚ ନେଉଥିଲେ। ଡିଏସପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ପୁଷ୍ପାଞ୍ଜଳିଙ୍କ ଭଡ଼ା ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଲକ୍ଷେ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ।

ଆଗରୁ ମଧ୍ୟ ସିଡିପିଓଙ୍କ ନାମରେ ଅଭିଯୋଗ ହସ୍ତଗତ ହୋଇଥିଲା। ଏନେଇ ତାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରିଛି।