ଅପରେସନ୍ ହ୍ୱାଇଟସ୍ପାଇଡର: ରାଜଧାନୀରୁ ଜବତ୍ ହେଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧଳାଜହର କାରବାର ଏବେ ସୀମା ଟପିଲାଣି। ଏପଟେ କମିସନରେଟ୍ ନିଶା ବେପାରୀଙ୍କୁ ସାବାଡ୍ କରିବା ପାଇଁ ଆରମ୍ଭ କରିଛି ଅପରେସନ୍ ହ୍ୱାଇଟ୍ ସ୍ପାଇଡର। ଏହି ଅପରେସନ୍ ଏବେ ଆକ୍ସନ ମୋଡରେ ରହିଥିବା ବେଳେ ଏବେ ଖୋଜି ଖୋଜି ବ୍ରାଉନସୁଗାର ବେପାରକୁ ପଣ୍ଡ କରୁଛି କମିସନରେଟ୍ ପୁଲିସ।

ଆଜି ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳାଜହର ଜବତ କରିଛି କମିସନରେଟ ପୁଲିସ। ରାଜଧାନୀ ଉପକଣ୍ଠ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଧଳାଜହର କାରବାର ଚାଲୁଥିବା ନେଇ କମିସନରେଟ୍ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ଉ କରି ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗର ଜବତ୍ କରିଥିବା ସୂଚନା ମିଳିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ନିଶା ବେପାରୀ ଜଣଙ୍କ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।