ଭାରସାମ୍ୟ ହରାଇ ପୋଖରୀରେ ପଶିଲା ସ୍କୁଲ ଭ୍ୟାନ୍ ଜିଲ୍ଲାରାଜ୍ୟ By Nitidin Last updated Oct 30, 2019 Share ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ନୂଆପଡ଼ାରେ ବୁଧବାର ସକାଳେ ଏକ ବଡ଼ଧରଣର ଅଘଟଣ ଘଟିଛି। ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା ଏକ ସ୍କୁଲ ଭ୍ୟାନ। ଏହି ଗାଡ଼ିରେ ୨୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଥିଲେ। ସୂଚନା ଅନୁସାରେ ବୁଧବାର ସକାଳେ ଚିକିଟି ଅନ୍ତର୍ଗତ ମାର୍ଗଦର୍ଶି ଘରୋଇ ବିଦ୍ୟାଳୟର ଏକ ଟାଟା ମ୍ୟାଜିକରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଛାତ୍ରଛାତ୍ରୀଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ସେହିପରି ସେମାନଙ୍କ ମଧ୍ୟରୁ ଏକ ଛାତ୍ର ଗୁରୁତର ଥିବା ଜଣାଯାଇଛି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। Share