ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସୋମବାରରୁ ସବୁ ସ୍କୁଲ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।
ଚନାଯୋଗ୍ୟ, ସ୍କୁଲ ବନ୍ଦ ରହିବା ସହ ଦିଲ୍ଲୀର ସରକାରୀ କର୍ମଚାରୀ ୱାର୍କ ଫ୍ରୋମ ହୋମ୍ କରିବେ। ଘରୋଇ ଅଫିସରେ ୱାର୍କ ଫ୍ରୋମ ହୋମ୍ କରାଇବା ପାଇଁ ଆଡଭାଇଜରୀ ଜାରି ହେବ। ସହରର ସମସ୍ତ ନିର୍ମାଣ କାର୍ଯ୍ୟ ସୋମବାରରୁ ୩ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।