Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୁଗୁଲ୍ ସହିତ ଏସ୍‌ବିଆଇ କାର୍ଡର ସହବନ୍ଧନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୁଗୁଲ୍ ସହିତ ଏସ୍‌ବିଆଇ କାର୍ଡର ସହବନ୍ଧନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ସର୍ବବୃହତ କ୍ରେଡିଟ୍ କାର୍ଡ ସଂସ୍ଥା ଏସ୍‌ବିଆଇ କାର୍ଡ ଗୁଗୁଲ୍ ସହିତ ସହବନ୍ଧିତ ହୋଇଥିବା ଘୋଷଣା କରିଛି। ଗୁଗଲ ପେ ପ୍ଲାଟଫର୍ମରେ ଏସ୍‌ବିଆଇ କ୍ରେଡିଟ୍ କାର୍ଡର ବ୍ୟବହାର ସହିତ କାର୍ଡଧାରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଗୁଗୁଲ୍ ସହିତ ସହବନ୍ଧନ ବୁଝାମଣା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଏସ୍‌ବିଆଇ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ସେମାନଙ୍କ ଆଣ୍ଡ୍ରଏଡ୍ ଫୋନ୍‌ରେ ଗୁଗୁଲ୍ ପେ ଆପ୍‌କୁ ବ୍ୟବହାର କରି ପେମେଣ୍ଟ କରିପାରିବେ। ଗୁଗୁଲ୍ ପେ’କୁ ତିନିଟି ମାଧ୍ୟମରେ ଯଥା ଏନ୍‌ଏଫ୍‌ସିର ପିଓଏସ୍ ଟର୍ମିନାଲ୍‌ରେ ଟ୍ୟାପ୍ ଆଣ୍ଡ୍ ପେ, ମର୍ଚାଣ୍ଟ କିମ୍ବା ଅନଲାଇନ୍ ପେମେଣ୍ଟ ବେଳେ ଭାରତ କ୍ୟୁଆର୍ କୋଡ୍ ସ୍କାନ୍ କରି ବିନା କ୍ରେଡିଟ୍ କାର୍ଡ ବ୍ୟବହାରରେ ସୁରକ୍ଷିତ ଓ ନିରାପଦ ଭାବେ ପେମେଣ୍ଟ କରିପାରିବେ। ଏକ ସୁରକ୍ଷିତ ଓ ଉନ୍ନତ ଗ୍ରାହକ ଅନୁଭୂତି ପାଇଁ ଶୂନ ସ୍ପର୍ଶଭିତିକ ଡିଜିଟାଲ୍ ମାଧ୍ୟମର ପେମେଣ୍ଟର ପ୍ରସାର ପାଇଁ ଏସ୍‌ବିଆଇ କାର୍ଡ କରୁଥିବା ଉଦ୍ୟମ ଅନୁସାରେ ଏହି ସୁବିଧାର ଶୁଭାରମ୍ଭ କରାଯାଇଛି।

ଏହି ଉଚ୍ଚ ସୁରକ୍ଷିତ ପେମେଣ୍ଟ ଅନୁଭୂତିକୁ ଟୋକେନାଇଜେସନ୍ ଜରିଆରେ ସକ୍ରିୟ କରାଯାଇଛି ଯେଉଁଠାରେ କାର୍ଡଧାରୀ ସେମାନଙ୍କ ଫୋନ୍‌ରେ ସଲଗ୍ନ କରାଯାଇଥିବା ଏକ ଡିଜିଟାଲ୍ ଟୋକେନ୍ ଜରିଆରେ ମର୍ଚାଣ୍ଟଙ୍କୁ କାର୍ଡର କୌଣସି ସୂଚନା ପ୍ରଦାନ ନକରି ପେମେଣ୍ଟ କରିପାରିବେ। ଗୁଗୁଲ୍ ପେ’ ହେଉଛି ଏକ ବ୍ୟାପକ ଭାବେ ଗ୍ରହଣୀୟ ପେମେଣ୍ଟ ଆପ୍ ଯାହାକୁ ଭାରତରେ ବ୍ୟାପକ ଭାବେ ଗ୍ରହଣ କରାଯାଉଛି ଏବଂ ମେଟ୍ରୋ ଏବଂ ଅଣ ମେଟ୍ରୋ ସହରଗୁଡ଼ିକରେ ଏହାର ଚାହିଦା ଯଥେଷ୍ଟ ରହିଛି। ଏହି ସହବନ୍ଧନ ଦ୍ୱାରା ଏସ୍‌ବିଆଇ କାର୍ଡ ଏହାର କାର୍ଡଧାରୀମାନଙ୍କୁ ଗୁଗୁଲ୍ ପେ’ ଜରିଆରେ ପେମେଣ୍ଟ ସୁବିଧା ପ୍ରଦାନ କରିବା ଲାଗି ଓ ସେମାନଙ୍କୁ ମୋବାଇଲ୍ ଫୋନ୍‌ରେ ସୁରକ୍ଷିତ ପେମେଣ୍ଟ କରିବାର ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ବର୍ତ୍ତମାନ ଏହି ସୁବିଧା ଭିସା ପ୍ଲାଟଫର୍ମରେ ଥିବା ଏସ୍‌ବିଆଇ କାର୍ଡଧାରୀମାନଙ୍କ ପାଇଁ ଉପଲବ୍ଧ ରହିଛି। ଏହି ବୁଝାମଣା ସମ୍ପର୍କରେ ଏସ୍‌ବିଆଇ କାର୍ଡ ଏମ୍‌ଡି ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି ଯେ, ଗ୍ରାହକଙ୍କ ଜୀବନକୁ ସହଜ ଏବଂ ଉନ୍ନତ କରିବା ଲାଗି ଅଭିନବୀକରଣର ପରିସରକୁ ଆହୁରି ବ୍ୟାପକ କରିବାକୁ ଉଦ୍ୟମ କରାଯାଉଛି। ଗୁଗୁଲ୍ ପେ’ ସହିତ ସହଭାଗିତା ସେହି ଦିଗରେ ଆଉ ଏକ ସକରାତ୍ମକ ପଦକ୍ଷେପ। ପେମେଣ୍ଟ କ୍ଷେତ୍ରର ଗୁଗୁଲ୍ ପେ ସହିତ କମ୍ପାନୀର ସହଭାଗିତା ଆମର ବ୍ୟାପକ ବର୍ଗର ଗ୍ରାହକମାନଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ସମାଧାନ ପ୍ରଦାନ କରିବାରେ ସହାୟକ ହେବ। ଭାରତରେ ସ୍ମାର୍ଟଫୋନ୍‌ର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ମୋବାଇଲ୍ ଫୋନ୍‌ରେ ମଧ୍ୟ ସୁରକ୍ଷିତ ଭାବେ କ୍ରେଡିଟ୍ କାର୍ଡ ରହିପାରୁଛି ଏବଂ ଗୁଗୁ୍‌ଲ୍ ସହିତ ଆମର ସହଭାଗିତା ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ନୂଆ ମାଧ୍ୟମ ବୋଲି ସେ କହିଛନ୍ତି।