ଅଗ୍ନିଶମ ଡିଜି ଭାବେ ଦାୟିତ୍ବ ନେଲେ ସନ୍ତୋଷ ଉପାଧ୍ୟାୟ

କଟକ,ଏନ୍ଏନ୍ଏସ୍: ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ । ଗତକାଲି ଅଗ୍ନିଶମ ଡିଜି ଭାବରେ ସନ୍ତୋଷ ଉପାଧ୍ୟାୟଙ୍କୁ ବଦଳି କରିଥିଲେ ସରକାର । ୧୯୮୮ ବ୍ୟାଚର ଆଇପିଏସ ଅଧକାରୀ ହେଉଛନ୍ତି ସନ୍ତୋଷ ଉପାଧ୍ୟାୟ । ପୂର୍ବରୁ ଅରୁଣ ରାଏ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଦାୟିତ୍ବ ତୁଲାଉଥିଲେ ।

ଆଜି କଟକ ସ୍ଥିତ କାର୍ଯ୍ୟାଳୟରେ ନୂତନ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସନ୍ତୋଷ ଉପାଧ୍ୟାୟ । ମୁଖ୍ୟାଳୟରେ ପହଞ୍ଚିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଓଡ଼ିଶା ଅଗ୍ନିଶମ ବିଭାଗ ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ସେ ଖୁସି ପ୍ରକଟ କରିଥିଲେ। ଏହି ଅବସରରେ ବିଭାଗକୁ ଆହୁରି ଭଲ କରି ଗଢି ତୋଳିବାକୁ ଉଦ୍ୟମ ହେବ ବୋଲି ସନ୍ତୋଷ ଉପାଧ୍ୟାୟ ।