ଆରପାରିରେ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା

ମୁମ୍ବାଇ: ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସୁପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ପଣ୍ଡିତ ଶିବ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ପଣ୍ଡିତ ଶିବକୁମାର ଶର୍ମା ସନ୍ତୁରକୁ ଏକ ନୂଆ ବାଦ୍ୟଯନ୍ତ୍ର ଭାବେ ପରିଚିତ କରାଇଥିଲେ । ସେ ସନ୍ତୁରକୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ପ୍ରସିଦ୍ଧ କରାଇଥିଲେ । ପଣ୍ଡିତ ଶିବକୁମାର ଅନେକ ଫିଲ୍ମରେ ପଣ୍ଡିତ ଶିବପ୍ରସାଦ ଚୌରାସିଆଙ୍କ ସହ ମିଶି ସଙ୍ଗୀତ ଦେଇଥିଲେ । ଦୁହିଁଙ୍କ ଯୋଡ଼ିକୁ ଶିବ-ହରି ଯୋଡ଼ି ରୂପେ ଦେଖାଯାଉଥିଲା ।