ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଭେଟିଲେ ସଙ୍କେତ ସାଗର

ନୂଆଦିଲ୍ଲୀ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଙ୍କେତ ସାଗର ଭାରତକୁ ପ୍ରଥମ ପଦକ ଭେଟିଛନ୍ତି। ସଙ୍କେତ ଭାରୋତ୍ତୋଳନର ୫୫ କେଜି ବର୍ଗରେ ଭାରତ ଲାଗି ରୌପ୍ୟ ପଦକ ଜିତିଛନ୍ତି । ସଙ୍କେତ ସ୍ନେଚରେ ୧୧୩ କିଲୋଗ୍ରାମ ଓଜନ ଉଠାଇଥିବାବେଳେ କ୍ଲିନ ଏଣ୍ଡ ଜର୍କରେ ୧୩୫ କିଲୋଗ୍ରାମ ଓଜନ ଉଠାଇବାରେ ସଫଳ ହୋଇଥିଲେ । ଉକ୍ତ ଇଭେଣ୍ଟରେ ମାଲେସିିଆର ବିନ କସଦନ ମୋହମ୍ମଦ ୧୪୨ କିଲୋଗ୍ରାମ ଓଜନ ଉଠାଇଥିଲେ।