ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ସଞ୍ଜୟ ଦାସ ବର୍ମା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା  ଆଜି ପୁରୀ ଜିଲ୍ଲା ଗସ୍ତ କରିଥିଲେ। ସ୍ଥାନୀୟ ସର୍କିଟହାଉସର ସମ୍ମିଳନୀ କକ୍ଷରେ ବ୍ରହ୍ମଗିରି ବ୍ଲକର ଧରଣିକୁଦି ପଞ୍ଚାୟତର କୁଅପଦା ଗ୍ରାମର ଧଖିଣ କାଣିଆ ଉପରେ ବିଜୁ ସେତୁ ଯୋଜନା, ଚାପମାଣିକ ପଞ୍ଚାୟତସ୍ଥିତ ମୋଟ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପୁରୀ ସଦର ବ୍ଲକର ଅଣ୍ଟିକେରାର ଗ୍ରାମ୍ୟ ସଡ଼କ, ଶିରୁଳି ଠାରେ ରତ୍ନଚିରା ନଦୀ ଉପରେ ନିର୍ମାଣଧୀନ ସେତୁ ଏବଂ ରାଜ୍ୟ ପ୍ରକଳ୍ପ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀଦାସ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ଗୁମାନ ସିଂହ, କନିଷ୍ଠଯନ୍ତ୍ରୀ ଅରୁଣ ମହାନ୍ତି, ଆସିସ୍ ପ୍ରଧାନ ଓ ରମୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।