ପାଟନା: ସମଗ୍ର ଦେଶରେ ଆନ୍ତାକାଲିଠୁ ଟିକାକରଣ ପ୍ରିକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବିହାରର କରୋନା ଭ୍ୟାକ୍ସିନର ପ୍ରଥମ ଟିକା ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ସଫେଇ କର୍ମଚାରୀ ରାମବାବୁଙ୍କୁ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି। ଆଉ ଦ୍ୱିତୀୟ ଟିକା ମେଡିକାଲର ଆମ୍ବୁଲାନ୍ସ ଡ୍ରାଇଭର ଅମିତ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପସ୍ଥିତିରେ ଦିଆଯିବ।
ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକ୍ସିନ ଓ ତା’ର ଉପକରଣ ଉପଲବ୍ଧ ରହିଛି। ଏଥିସହିତ ପାଟନା ସମେତ ସମଗ୍ର ବିହାରରେ ମୋଟ ୧୦ଟି ଭଣ୍ଡାର ପ୍ରସ୍ତୁତ କରାଯାଇଛି। ଟିକାକରଣ ପ୍ରକ୍ରିୟା ଚରଣବଦ୍ଧ ଉପାୟରେ କରାଯିବ। ଏମିତିରେ ପ୍ରଥମ ଦିନରେ ୩ ହଜାର ବିହାରବାସୀଙ୍କୁ ଟିକା ଲଗାଯିବ।