ପାଟଣା,ଏନ୍ଏନ୍ଏସ୍: ସପ୍ତାହନ୍ତ ସଟଡାଉନର ସୁଯୋଗ ନେଇ ଏବେ ସାହାରପଡା ତହସିଲରେ ବାଲି ମାଫିଆ ସକ୍ରିୟ ହୋଇଛନ୍ତି। ଉଦୟପୁର ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ସମୟରେ ସାହରାପଡାର ତହସିଲଦାର ବାବାଜି ଚରଣ ସିଂ ଚଢ଼ଉ କରି ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ୧୫ ହଜାର ୧୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି।
ଏହି ଚଢ଼ଉ ସମୟରେ ଉଦୟପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ଦ୍ବିବେଦୀ ଓ ସାହରାପଡା ରାଜସ୍ବ ନିରୀକ୍ଷକ ଶରତ ଚନ୍ଦ୍ର ନାୟକ ଉପସ୍ଥିତ ରହି ଗାଡି ଜବତ କରିବା ସହ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ବେଆଇନ ବାଲିକୁ ଚିହ୍ନଟ କରି ରିପୋର୍ଟ କରିବାକୁ ତହସିଲଦାର ଉଦୟପୁର ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।