ପୁରୀ,ଏନ୍ଏନ୍ଏସ୍: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ । ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷ କରି ଏହି ବାଲୁକା ଚିତ୍ରକଳା ରେ ୧୨୧୩ଟି ମାଟି ଚା କପ୍ ବ୍ୟବହାର ଯୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନେ ଚା ବିକ୍ରି କରି ପରିବାର ଚଳାଉ ଥିବା ବେଳେ ନିଜର କଠିନ ପରିଶ୍ରମ, ପ୍ରତିବଧତା, ସମାଜସେବା ମାଧ୍ୟମରେ ଆଜି ସେ ଦେଶର ପ୍ରଧାନ ସେବକ ହୋଇ ପାରିଛନ୍ତି । ଯାହା ଏହି ବାଲୁକା କଳାରେ ପ୍ରଦର୍ଶିତ କରାଯାଇଛି ।