ସୁଦର୍ଶନଙ୍କ ବାଲୁକାକଳାର ଅନନ୍ୟ ନିଦର୍ଶନ, ୧୨ ପ୍ରକାର ଫଳରେ ମା’ ଦୁର୍ଗା

ପୁରୀ,ଏନ୍ଏନ୍ଏସ୍: ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ। ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୧୨ ପ୍ରକାର ଫଳକୁ ନେଇ ବାଲୁକା ଚିତ୍ରକଳା କରିଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ଏହି ଚିତ୍ରକଳାର ଉଚ୍ଚତା ୭ ଫୁଟ ରହିଥିବା ବେଳେ ଏଥିରେ ୭ଟନ ବାଲି ବ୍ୟବହାର ହୋଇଛି। ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ର କଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଜମିଥିଲା।